Advertisement

Baipariguda Bar Association demand to establish JMFC court in baipariguda

Baipariguda Bar Association demand to establish JMFC court in baipariguda ବୈପାରିଗୁଡା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ସହ ମାଓ ଅଞ୍ଚଳ ହୋଇଥିବାରୁ ଜନସାଧାରଣଙ୍କ ସୁବିଧା ପାଇଁ ଏଠାରେ ଏକ ଜେଏମଏଫଇ କୋର୍ଟ ଖୋଲିବା ନେଇ ଦାବି କରିବା ସହ ରାଜ୍ୟସରକାରଙ୍କୁ ଦାବିପତ୍ର ମାଧ୍ୟମରେ ଜଣାଇଛନ୍ତି !ପତ୍ର ନଂ ୩୦୩୭ ଓ ୧୦.୪.୨୦୧୯ ତାରିଖରେ ସରକାରଙ୍କ ପକ୍ଷରୁ ଜାରି ହେବା ପରେ ଜିଲ୍ଲା Judicial section koraput ପକ୍ଷରୁ ବୈପାରିଗୁଡା ଗ୍ରାମ ଆସି ଜାଗା,ଘର ବୁଲି ଦେଖିବା ପରେ ମଧ୍ୟ ଏପର୍ଯ୍ୟନ୍ତ ବୈପାରିଗୁଡା ସହରରେ J.m.f.c କୋର୍ଟ ଖୋଲା ଯାଇନଥିବାରୁ ଓକିଲ ସଂଘ ସହ ବୈପାରିଗୁଡା ନାଗରିକ ମଞ୍ଚ,ରାଜନୈତିକ ଦଳ, ବୁଦ୍ଦିଜୀବି, ସାମ୍ବାଦିକ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ସହ ଶ୍ରୀଘ ଏଠାରେ Jmfc କୋର୍ଟ ଖୋଲିବା ନେଇ ମଧ୍ୟ ଦାବି ଜୋରଦାର ପ୍ରକାଶ ପାଉଛି !ବୈପାରିଗୁଡା ସ୍ଥିତ ଡାକବଙ୍ଗଳା ଠାରେ ବୈପାରିଗୁଡା ଓକିଲ ସଂଘ ବ୍ଲକ ଓକିଲ ସଂଘ ସଭାପତି ଗୌର ଚନ୍ଦ୍ର ପାତ୍ର ସଭାପତିତ୍ବରେ ଏକ ବୈଠକ ଅନୁଷ୍ଟିତ ହୋଇଥିବା ବେଳେ ଏହି ବିଷୟକୁ ନେଇ ଜିଲ୍ଲାପାଳ, ରାଜ୍ୟସରକାର, ଆଇନମନ୍ତ୍ରୀ,ରାଜ୍ୟପାଳ ଓ ଜିଲ୍ଲାଜର୍ଜ କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି !ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ବିଶ୍ବଜିତ ନାୟକ,ସଂପାଦକ ପ୍ରଦୀପ କୁମାର ସ୍ବାଇଁ,ସହ ସଂପାଦକ ଚିତ୍ତ ରଞ୍ଜନ ପାଳ,କୋଷାଧ୍ୟକ୍ଷ ମନୋଜ କୁମାର ମହାପାତ୍ର ,ପ୍ରସନ୍ନ କୁମାର ଗୌଡ,ଦିଲିପ କୁମାର ମହାନ୍ତି,ଭୁବୁନି ପଣ୍ଡାଙ୍କ ସହ ବହୁ ଓକିଲ ମାନେ ଉପସ୍ଥିତ ରହିଥିଲେ

#odishatimes,#odisha time,#kalahandi news,#odisha news,Baipariguda Bar Association demand to establish JMFC court in baipariguda,

Post a Comment

0 Comments